Posts

Showing posts from May, 2020

ପୋଷଣ

ପ୍ରଥମ ଅଧ୍ୟାୟ  ପୋଷଣ (Nutrition) 1। ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟା ମଧ୍ୟରେ ପାର୍ଥକ୍ୟ ଲେଖ । ଆଲୋକ ପ୍ରକ୍ରିୟା :  ଉ : (i)ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ କ୍ଲୋରୋଫିଲ, ଜଳ ଓ ଆଲୋକ ଆବଶ୍ୟକ ।  (ii) ଆଲୋକ ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା  ନଥାଏ ଓ ସୂର୍ଯ୍ୟାଲୋକ ଅଭାବରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ ।  (iii) ଆଲୋକ ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଥାଇଲାକିଏଡ ଝିଲ୍ଲିରେ ସଂପାଦିତ ହୋଇଥାଏ ।  (iv) ଏହା ଏକ ଆଲୋକ ରାସାୟନିକ ପଦ୍ଧତି । ଏଥିରେ ସୌରଶକ୍ତି ରାସାୟନିକ ଶକ୍ତିରେ ପରିଣତ ହୁଏ ।  (v) ଏହି ପ୍ରକ୍ରିୟାରେ ATP ଓ NADPH ସୃଷ୍ଟିହୁଏ ଓ ଅମ୍ଳଜାନ ଗ୍ୟାସ୍ ନିର୍ଗତ ହୁଏ ।  (vi) ଏହି ପ୍ରକ୍ରିୟା ପାଇଁ ଏନ୍‌ଜାଇମର ଆବଶ୍ୟକତା ନଥାଏ। ଅନ୍ଧକାର ପ୍ରକ୍ରିୟା :    (i) ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ ।   (ii) ଅନ୍ଧକାର ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା ଅଛି । ଏହା ଆଲୋକ ପ୍ରକ୍ରିୟା ସହ ପ୍ରାୟତଃ ସମଗତିରେ ଚାଲିଥାଏ ମାତ୍ର ଆଲୋକ ପ୍ରକ୍ରିୟା ବନ୍ଦହେବା ପରେ ଏହା କିଛି ସମୟ ଚାଲି ବନ୍ଦ ହୋଇଯାଏ ।   (iii) ଅନ୍ଧକାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସଂପାଦିତ ହୁଏ। (iv) ଏହା ଏକ ରାସାୟନିକ ପଦ୍ଧତି । ଏହି ପଦ୍ଧତିରେ ଅଙ୍ଗାରକାମ୍ଳ ...

ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ

Image
ପ୍ରଥମ ଅଧ୍ୟାୟ ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ  5 ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର ୧। ବିସରଣ ପ୍ରକ୍ରିୟା କହିଲେ କ’ଣ ବୁଝ । ବିସରଣ ପ୍ରକ୍ରିୟା ଉପରେ ତାପମାତ୍ରାର ପ୍ରଭାବ ବର୍ଣ୍ଣନା କର।  ଉ:- (i) ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର ଅନ୍ତଃ ମିଶ୍ରଣକୁ ବିସରଣ ପ୍ରକ୍ରିୟା କୁହାଯାଏ । ଗ୍ୟାସୀୟ ପଦାର୍ଥରେ ଏହାର ହାର ସର୍ବାଧିକ ହୋଇଥିବା ବେଳେ କଠିନ ପଦାର୍ଥରେ ଏହାର ହାର ସର୍ବନିମ୍ନ ଅଟେ ।  (ii) ଦୁଇଟି ଗ୍ଲାସ୍ ନେଇ ଗୋଟିକରେ ଥଣ୍ଡାଜଳ ଓ ଅନ୍ୟଟିରେ ଗରମଜଳ ନିଆଯାଉ ।   (iii) ଉଭୟ ଗ୍ଲାସରେ ଗୋଟିଏ ଲେଖାଏଁ କପର ସଲଫେଟ୍ କିମ୍ବା ପୋଟାସିୟମ୍ ପରମାଙ୍ଗାନେଟ୍ ସ୍ପଟିକ ପକାଯାଉ ।   (iv) ଉଭୟ ଗ୍ଲାସକୁ କିଛି ସମୟ ପାଇଁ ରଖାଯାଉ ଯେପରି ସ୍ଫଟିକଦ୍ବୟ ଗ୍ଲାସ ତଳେ ଧୀରେ ଧୀରେ ଧୀରେ ବସିଯିବେ ।  (v) ଏଠାରେ ଆମେ ଦେଖିବା ଉଭୟ ପାତ୍ରରେ ବିସରଣ ପ୍ରକ୍ରିୟା ଯୋଗୁଁ ସ୍ଫଟିକ ଗୁଡ଼ିକ ଜଳରେ ମିଳାଇଯିବ । କିନ୍ତୁ ଗରମଜଳ ଥିବା ଗ୍ଲାସ୍ରେ ସ୍ଫଟିକଟି ଶୀଘ୍ର ମିଳାଇ ଯିବ ।   (vi) ଏଥିରୁ ଜଣାଗଲା ଯେ ତାପମାତ୍ରା ବୃଦ୍ଧି ହେତୁ ପଦାର୍ଥରେ ଥିବା କଣିକାମାନଙ୍କର ଗତିଜ ଶକ୍ତି ବୃଦ୍ଧି ପାଏ, ତେଣୁ ବିସରଣ ପ୍ରକ୍ରିୟାର ହାରରେ ବୃଦ୍ଧି ଘଟେ ।  ୨। ଉର୍ଦ୍ଧ୍ବପାତନ କ'ଣ? ଏମୋନିୟମ୍ କ୍ଲୋରାଇଡକୁ ଉର୍ଦ୍ଧ୍ବପାତନ କଲେ କଣ ହୁଏ, ଚିତ୍ର ସହ ବର୍ଣ୍ଣନା କର । ଉ:-  ଉର...