Posts

Showing posts from June, 2020

ଆମ ଚାରିପାଖରେ ଥିବା ପଦାର୍ଥ ବିଶୁଦ୍ଧ କି ?

Image
 1. ସସପେନ୍ସନ୍ କ’ଣ ? ଉଦାହରଣ ସହ ଏହାର ଧର୍ମଗୁଡ଼ିକ ଲେଖ । ଉ:-ଯେଉଁ ମିଶ୍ରଣରେ ଦ୍ରବର କଣିକାଗୁଡ଼ିକ ଦ୍ରବୀଭୂତ ନହୋଇ ଦ୍ରବଣ ମାଧ୍ୟମରେ ସବୁଆଡ଼େ ଭାସମାନ ଅବସ୍ଥାରେ ଥାଏ, ତାହାକୁ ସସପେନସନ କୁହାଯାଏ ।  ଉଦାହରଣ : ବନ୍ୟାଜଳ, ଚକଗୁଣ୍ଡପାଣି, କାଦୁଅପାଣି ଇତ୍ୟାଦି।  ଧର୍ମ : (i) ଏହା ଏକ ଅସମ ଜାତୀୟ ମିଶ୍ରଣ ଅଟେ । (ii) ଏହାର କଣିକା ଗୁଡ଼ିକ ଖାଲିଆଖିକୁ ଦେଖାଯାଏ ନାହିଁ ।  (iii) ଏହା ମଧ୍ୟରେ ଆଲୋକର ଗତିପଥ ଦୃଶ୍ୟମାନ ହୁଏ ।  (iv) ଏହି ମିଶ୍ରଣ ପାତ୍ରଟିକୁ ସ୍ଥିର ରଖିଲେ କଣିକାଗୁଡ଼ିକ ପାତ୍ରର ନିମ୍ନ ଭାଗରେ ବସିଯାଏ ।   (v) ପରିସ୍ରବଣ ପଦ୍ଧତି ଦ୍ବାରା ଦ୍ରବକୁ ଅଲଗା କରାଯାଇପାରିବ।  (vi) ଯେତେ ବେଳେ କଣି କାଗୁଡ଼ିକ ବସିଯାଏ ସେତେବେଳେ ସସପେନସନ ଭାଙ୍ଗିଯାଏ ଏବଂ ଏହା ଆଉ ଆଲୋକ ରଶ୍ମିକୁ ବିଛୁରିତ କରିପାରେ ନାହିଁ । 2. ଧାତୁ ଓ ଅଧାତୁ କ’ଣ ? ପ୍ରତ୍ୟେକର ବୈଶିଷ୍ଟ୍ୟ ଉଲ୍ଲେଖ କର।  ଉ:- ଧାତୁ : ଯେଉଁ ମୌଳିକ (ଉଦ୍ଜାନ ବ୍ୟତୀତ) ଗୁଡ଼ିକ ଇଲେକ୍‌ଟ୍ରନ୍ ତ୍ୟାଗ କରି ଯୁକ୍ତ ଆୟନରେ ପରିଣତ ହୁଅନ୍ତି, ସେଗୁଡ଼ିକୁ ଧାତୁ କୁହାଯାଏ ।  ବୈଶିଷ୍ଟ୍ୟ :  (i) ଧାତୁର ଔଜ୍ୱଲ୍ୟ ଥାଏ ।  (ii) ଏମାନଙ୍କର ରଙ୍ଗ ରୌପ୍ୟା-ଧୂସର କିମ୍ବା ସୁନେଲି - ହଳଦିଆ |  (ii) ଏହା ତାପ ଓ ବିଦ୍ୟୁତର ସୁପରିବାହୀ ।  (iv) ଏଗୁଡ଼ିକ ତନ୍ୟ, ନମନୀ...