ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ


ପ୍ରଥମ ଅଧ୍ୟାୟ
ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ 

5 ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

୧। ବିସରଣ ପ୍ରକ୍ରିୟା କହିଲେ କ’ଣ ବୁଝ । ବିସରଣ ପ୍ରକ୍ରିୟା ଉପରେ ତାପମାତ୍ରାର ପ୍ରଭାବ ବର୍ଣ୍ଣନା କର। 

ଉ:- (i) ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର ଅନ୍ତଃ ମିଶ୍ରଣକୁ ବିସରଣ ପ୍ରକ୍ରିୟା କୁହାଯାଏ । ଗ୍ୟାସୀୟ ପଦାର୍ଥରେ ଏହାର ହାର ସର୍ବାଧିକ ହୋଇଥିବା ବେଳେ କଠିନ ପଦାର୍ଥରେ ଏହାର ହାର ସର୍ବନିମ୍ନ ଅଟେ ।

 (ii) ଦୁଇଟି ଗ୍ଲାସ୍ ନେଇ ଗୋଟିକରେ ଥଣ୍ଡାଜଳ ଓ ଅନ୍ୟଟିରେ ଗରମଜଳ ନିଆଯାଉ । 

 (iii) ଉଭୟ ଗ୍ଲାସରେ ଗୋଟିଏ ଲେଖାଏଁ କପର ସଲଫେଟ୍ କିମ୍ବା ପୋଟାସିୟମ୍ ପରମାଙ୍ଗାନେଟ୍ ସ୍ପଟିକ ପକାଯାଉ । 

 (iv) ଉଭୟ ଗ୍ଲାସକୁ କିଛି ସମୟ ପାଇଁ ରଖାଯାଉ ଯେପରି ସ୍ଫଟିକଦ୍ବୟ ଗ୍ଲାସ ତଳେ ଧୀରେ ଧୀରେ ଧୀରେ ବସିଯିବେ । 

(v) ଏଠାରେ ଆମେ ଦେଖିବା ଉଭୟ ପାତ୍ରରେ ବିସରଣ ପ୍ରକ୍ରିୟା ଯୋଗୁଁ ସ୍ଫଟିକ ଗୁଡ଼ିକ ଜଳରେ ମିଳାଇଯିବ । କିନ୍ତୁ ଗରମଜଳ ଥିବା ଗ୍ଲାସ୍ରେ ସ୍ଫଟିକଟି ଶୀଘ୍ର ମିଳାଇ ଯିବ । 

 (vi) ଏଥିରୁ ଜଣାଗଲା ଯେ ତାପମାତ୍ରା ବୃଦ୍ଧି ହେତୁ ପଦାର୍ଥରେ ଥିବା କଣିକାମାନଙ୍କର ଗତିଜ ଶକ୍ତି ବୃଦ୍ଧି ପାଏ, ତେଣୁ ବିସରଣ ପ୍ରକ୍ରିୟାର ହାରରେ ବୃଦ୍ଧି ଘଟେ । 

୨। ଉର୍ଦ୍ଧ୍ବପାତନ କ'ଣ? ଏମୋନିୟମ୍ କ୍ଲୋରାଇଡକୁ ଉର୍ଦ୍ଧ୍ବପାତନ କଲେ କଣ ହୁଏ, ଚିତ୍ର ସହ ବର୍ଣ୍ଣନା କର ।

ଉ:- ଉର୍ଦ୍ଧ୍ବପାତନ : 
ଯେଉଁ ଅବସ୍ଥା ପରିବର୍ତ୍ତନରେ କଠିନ, ତରଳ  ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ, ତାହାକୁ ଉର୍ଦ୍ଧ୍ବପାତନ କହନ୍ତି ।

 ପରୀକ୍ଷା : 

(i) ଗୋଟିଏ ଚିନାମାଟି ପାତ୍ରରେ କିଛି କର୍ପୂର ଗୁଣ୍ଡ ନେଇ ଏହା ଉପରେ ଏକ ଫନେଲ ଘୋଡ଼ାଇ ପରୀକ୍ଷା କରଯାଉ । ଚିତ୍ରରେ ଦର୍ଶା ହେଲାଭଳି ଯନ୍ତ୍ରପାତି ଗୁଡ଼ିକ ସଜାଇ ଏହାକୁ ଉତ୍ତପ୍ତ କରାଯାଉ ।

 (ii) ଲକ୍ଷ୍ୟକଲେ ଦେଖିବ ଯେ କର୍ପୂର ଗୁଡ଼ିକ ଗ୍ୟାସ୍‌ହୋଇ ଉପରକୁ ଉଠିବ ଓ ଥଣ୍ଡା ହୋଇ ଫନେଲ୍ ଭିତରେ ଜମିଯିବ।


(iii) ଯେଉଁ କଠିନ ପଦାର୍ଥକୁ ଉତ୍ତପ୍ତ କଲେ ସେମାନେ ତରଳ ଅବସ୍ଥାକୁ ନଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଅନ୍ତି ସେହି ପଦାର୍ଥକୁ ଉଦ୍‌ବାୟୀ ପଦାର୍ଥ କହନ୍ତି। 

3.ପଦାର୍ଥର ଅବସ୍ଥା ପରିବର୍ତ୍ତନରେ ତାପମାତ୍ରାର ପ୍ରଭାବ ପରୀକ୍ଷା ସହ ବର୍ଣ୍ଣନା କର ।

ଉ:- ତାପମାତ୍ରା ପ୍ରଭାବରେ ପଦାର୍ଥର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ପରିବର୍ତ୍ତନ ଘଟେ ଓ ତାହା ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ରୂପାନ୍ତରିତ ହୁଏ ।

 ଜଳର ଅବସ୍ଥା ପରିବର୍ତ୍ତନର ପରୀକ୍ଷା :-



ପ୍ରଣାଳୀ :

 ଗୋଟିଏ ବିକରରେ କିଛି ବରଫ ଖଣ୍ଡକୁ ନେଇ ତାହା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖାଯାଉ, ଯେପରିକି ପାରଦଟି ବରଫ ମଧ୍ୟରେ ବୁଡ଼ିରହେ । ବିକରକୁ ଅଳ୍ପ ଶିଖା ଦ୍ଵାରା ଗରମ କରାଯାଉ ।

ପର୍ଯ୍ୟବେକ୍ଷଣ : 

କିଛି ସମୟ ପରେ ଦେଖିବାକୁ ମିଳିବଯେ ବରଫ ତରଳି ଜଳରେ ପରିଣତ ହେବ । ସେହି ସମୟର ତାପମାତ୍ରାକୁ ବରଫର ଗୁଳନାଙ୍କ କୁହାଯାଏ । ଆଉ କିଛି ସମୟ ପରେ ଜଳ ଗରମ ହୋଇ ଫୁଟିବାକୁ ଆରମ୍ଭ କରିବ ଓ ବାଷ୍ପରେ ପରିଣତ ହେବ । ଏହି ତାପମାତ୍ରାକୁ ଜଳର ସ୍କୁଟନାଙ୍କ କୁହାଯାଏ । 

 ଏଣୁ ତାପ ପ୍ରଭାବରେ ବରଫ, କଠିନ ଅବସ୍ଥାରୁ ତରଳ ଅବସ୍ଥା ଜଳ ଏବଂ ଜଳ, ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥା ଜଳୀୟ ବାଷ୍ପରେ ପରିଣତ ହେବ ।

4.ବାଷ୍ପୀଭବନ କ'ଣ? ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ ବିଷୟରେ ବର୍ଣ୍ଣନା କର । 

ଉ:-  ଯେଉଁ ପ୍ରକ୍ରିୟାରେ ସ୍ଫୁଟନାଙ୍କଠାରୁ କମ୍ ଥିବା ଯେକୌଣସି ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସରେ ପରିଣତ ହୋଇଥାଏ, ତାହାକୁ ବାଷ୍ପୀଭବନ କୁହାଯାଏ ।

ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ ହେଲେ : 

(i)ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି: ବାଷ୍ପୀଭବନ ପୃଷ୍ଠଭାଗରେ ସମ୍ପନ୍ନ ହେଉଥିବା ଏକ ପ୍ରକ୍ରିୟା ଅଟେ । ପୃଷ୍ଠ ଭାଗର କ୍ଷେତ୍ରଫଳ ବୃଦ୍ଧି  ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ଉଦାହରଣ ସ୍ଵରୂପ : ଲୁଗାକୁ ଶୁଖାଇଲାବେଳେ ଏହାକୁ ଖୋଲାକରି ଶୁଖାଇଲେ ତାହା ଶୀଘ୍ର ଶୁଖିଯାଏ ।

 (ii) ତାପମାତ୍ରା ବୃଦ୍ଧି : 
ତରଳର ତାପମାତ୍ରା ବୃଦ୍ଧି ପାଇଲେ ଅଧିକ ସଂଖ୍ୟକ ଅଣୁମାନେ ତାପଶକ୍ତି ଗ୍ରହଣ କରି ଅଧିକ ଗତିଜ ଶକ୍ତିର ଅଧିକାରୀ ହୋଇଥାଆନ୍ତି ଓ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ  ହୋଇଥାଆନ୍ତି ।

 (iii) ଆର୍ଦ୍ରତାର ହ୍ରାସ : 
ବାୟୁରେ ଉପସ୍ଥିତ ଥିବା ଜଳୀୟବାଷ୍ପର ପରିମାଣକୁ ସୀମିତ ପରିମାଣର ଜଳୀୟବାଷ୍ପ ଧାରଣ କରିପାରେ । ଯଦି ବାୟୁରେ ପୂର୍ବରୁ ଅଧିକ ଜଳୀୟବାଷ୍ପ ଉପସ୍ଥିତ ଥିବ ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ ।

 (iv) ପବନ ବେଗର ବୃଦ୍ଧି : ସାଧାରଣତଃ ପବନ ବହୁଥିବା ବେଳେ ଓଦା ଲୁଗା ଶୀଘ୍ର ଶୁଖିଯାଏ । ପବନର ବେଗ ବଢ଼ିଲେ ଜଳୀୟବାଷ୍ପର ଅଣୁଗୁଡ଼ିକ ପବନ ସହ ଏକାଠି ହୋଇ ଉପରକୁ ଉଠିଯାଏ । ତେଣୁ ପାରିପାର୍ଶ୍ୱରେ ଥିବା ଜଳୀୟ ବାଷ୍ପ ପରିମାଣ କମିଯାଏ। ଏଥିପାଇଁ ବାଷ୍ପୀଭବନର ହାର ବୃଦ୍ଧିପାଏ ।

5. ତରଳ ପଦାର୍ଥର ବୈଶିଷ୍ଟ୍ୟ ଗୁଡ଼ିକ ଆଲୋଚନା କର ।

 ଉ:- ତରଳ ପଦାର୍ଥର ବୈଶିଷ୍ଟ ଗୁଡ଼ିକ ହେଲା :

 (i) ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଆୟତନ ଅଛି, କିନ୍ତୁ ଆକାର ନାହିଁ । 

(ii) ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ କଠିନଠାରୁ ଅଧିକ କିନ୍ତୁ ଗ୍ୟାସୀୟଠାରୁ କମ୍ ଥାଏ । 

 (iii) ଏଥିରେ ବିସରଣ ହାର କଠିନ ଠାରୁ ଅଧିକ ଗ୍ୟାସୀୟ ଠାରୁ କମ୍ ଥାଏ ।

(iv) ଏଗୁଡ଼ିକ ପ୍ରବାହ ଅଟନ୍ତି ।

(v) ଏହାକୁ ଚାପ ବା ତାପ ପ୍ରୟୋଗ କରି ଅଧିକ ସଂକୁଚିତ କରାଯାଇ ପାରିବ ନାହିଁ । 

(vi) ଏହି ପଦାର୍ଥର କଣିକାମାନଙ୍କ ମଧ୍ୟରେ ଅନ୍ତଃଆଣବିକ ବଳ କଠିନ ଠାରୁ କମ୍ କିନ୍ତୁ ଗ୍ୟାସୀୟ ପଦାର୍ଥ ଠାରୁ ଅଧିକ।

3 ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର।

1. ଆମେ ଖରା ଦିନେ ପୋଷାକ ପିନ୍ଧୁ କାହିଁକି ?

 (i) ଖରାଦିନେ ଆମ ଦେହରୁ ବହୁତ ଝାଳ ବାହାରିଥାଏ। ଯାହା ବାଷ୍ପୀଭବନ ପ୍ରକ୍ରିୟାକୁ ତ୍ବରାନ୍ବିତ କରେ । 

 (ii) ବାଷ୍ପୀଭବନ ସମୟରେ ତରଳର ପୃଷ୍ଠରେ ଥିବା କଣିକା ମାନେ ପରିପାର୍ଶ୍ୱରୁ କିମ୍ବା ଶରୀର ପୃଷ୍ଠରୁ ଶକ୍ତି ଆହରଣ କରି ବାଷ୍ପୀଭୂତ ହୋଇଥାନ୍ତି । ଯାହା ଫଳରେ ଶରୀର ଶୀତଳ ରହେ। 

 (iii) ସୂତା ପୋଷାକ ଜଳର ଭଲ ଅବଶୋଷକ ହୋଇଥିବାରୁ ଏହା ଶରୀର ଝାଳକୁ ଭଲରୂପେ ଅବଶୋଷଣ କରେ, ଯାହା ବାୟୁମଣ୍ଡଳ ସଂସ୍ପର୍ଶରେ ଆସେ ଓ ଶୀଘ୍ର ବାଷ୍ପୀଭୂତ ହୋଇଥାଏ ।

2. କଠିନ ପଦାର୍ଥ ଓ ତରଳ ପଦାର୍ଥ ମଧ୍ୟରେ ତିନୋଟି ପାର୍ଥକ୍ୟ ଦର୍ଶାଅ । 

 (i) କଠିନ ପଦାର୍ଥର କଣିକା ଗୁଡ଼ିକ ଦୃଢ଼ଭାବରେ ବାନ୍ଧି ହୋଇଥାନ୍ତି, କିନ୍ତୁ ତରଳ ପଦାର୍ଥର କଣିକାମାନଙ୍କର ଆକର୍ଷଣ ବଳ କଠିନ ଅପେକ୍ଷା କମ୍ । 

(ii) କଠିନ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଦୂରତ୍ବ କମ୍ ଥାଏ, କିନ୍ତୁ ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଦୂରତ୍ବ ଅପେକ୍ଷାକୃତ ଅଧିକ ଥାଏ । 

 (iii) କଠିନ ପଦାର୍ଥ ମଧ୍ୟରେ ଅନ୍ୟ ପଦାର୍ଥର ବିସରଣ କମ୍ ଥାଏ, କିନ୍ତୁ ତରଳ ପଦାର୍ଥର ବିସରଣର ବେଗ ଅଧିକ ହୋଇଥାଏ ।

 3. ବସ୍ତୁର ସାନ୍ଦ୍ରତା କହିଲେ କଣ ବୁଝାଏ ? ଏହା କିପରି ଆୟତନ ଉପରେ ନିର୍ଭର କରେ ? 

 (i) କୌଣସି ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ଵକୁ ସେହି ବସ୍ତୁର ସାନ୍ଦ୍ରତା କୁହାଯାଏ ।

 (ii) ବସ୍ତୁର ସାନ୍ଦ୍ରତା = ବସ୍ତୁର ବସ୍ତୁତ୍ଵ /ବସ୍ତୁର ଆୟତନ।

 (iii) ବସ୍ତୁର ବସ୍ତୁତ୍ୱ ସ୍ଥିର ଥାଇ ଏହାର ସାନ୍ଦ୍ରତା ଓ ଆୟତନ ପରସ୍ପର ପ୍ରତିଲୋମାନୁପାତି ଅଟନ୍ତି । 

4. ଗ୍ୟାସୀୟ ପଦାର୍ଥର ଧର୍ମ ଲେଖ । 

 (i) ଗ୍ୟାସୀୟ ପଦାର୍ଥର ଆକାର ଓ ଆୟତନ ନଥାଏ । କେତେକ କ୍ଷେତ୍ରରେ ଆୟତନ କଳନା କରାଯାଇପାରେ । 

(ii) ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କାସ୍ଥାନ ବହୁତ ଅଧିକ ଥାଏ । 

 (iii) ଏହାର କଣିକାମାନଙ୍କ ମଧ୍ୟରେ ଆକର୍ଷଣବଳ ସର୍ବନିମ୍ନ ଅଟେ ।

 5. ବୋଷ ଆଇନଷ୍ଟାଇନ୍ ସଂଘନିତ ଅବସ୍ଥା କ’ଣ ବୁଝାଇ ଲେଖ।

(i) 1920 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ ବୋଷ ପଦାର୍ଥର ପଞ୍ଚମ ଅବସ୍ଥା ସମ୍ପର୍କରେ ଗଣନା କରିଥିଲେ ।

 (ii) ଅତି କମ୍ ସାନ୍ଦ୍ରତାରେ କୌଣସି ଏକ ଗ୍ୟାସକୁ ଅତ୍ୟଧିକ ଥଣ୍ଡା କରିଲେ ପଦାର୍ଥରେ ବୋଷ ଆଇନ୍‌ଷ୍ଟାଇନ୍ ସଂଘନିତ ଅବସ୍ଥା ସୃଷ୍ଟିହୁଏ । 

(iii) କୌଣସି ଗ୍ୟାସକୁ ଅତ୍ୟଧିକ ଥଣ୍ଡାକଲେ ଏହାର କଣିକାଗୁଡ଼ିକ ସେମାନଙ୍କ ମଧ୍ୟରେ ଥିବା ଦୂରତାର ପରିମାଣକୁ ପରିବର୍ତ୍ତନ କରି ଏକ ନୂତନ ଅବସ୍ଥା ସୃଷ୍ଟି କରନ୍ତି।

 6. ନଖପଲିସ୍ କାହାଦ୍ବାରା ଛଡ଼ାଯାଏ ଏବଂ ଏହା ହାତରେ ପଡ଼ିଲେ କାହିଁକି ଥଣ୍ଡା ଲାଗେ ? 

 (i) ନଖ ପଲିସ୍ ଏସିଟୋନ୍ ଦ୍ବାରା ଛଡ଼ାଯାଏ ।

 (ii) ଏହ। ହାତରେ ପଡ଼ିଲେ ହାତରୁ ଏବଂ ପରିପାର୍ଶ୍ଵ ରୁ କିଛି ପରିମାଣରେ ଶକ୍ତି ଗ୍ରହଣ କରେ । 

 (iii) ଏଥିପାଇଁ ଏସିଟୋନରେ ବାଷ୍ପୀଭବନ ହୁଏ, ଯାହା ଫଳରେ ହାତକୁ ଥଣ୍ଡା ଲାଗେ ।

7. ତରଳ ଅବସ୍ଥାର ତିନୋଟି ବୈଶିଷ୍ଟ୍ୟ ଲେଖ । 

 (i) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ ।

(ii) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଅଛି ।

 (iii) ତରଳର କଣିକା ଗୁଡ଼ିକ ମଧ୍ୟରେ କଠିନଠାରୁ ଅଧିକ ଫାଙ୍କା ସ୍ଥାନ  ଥାଏ ଏବଂ ଗ୍ୟାସୀୟଠାରୁ କମ୍ ଫାଙ୍କା ସ୍ଥାନଥାଏ।

 8. କଣିକା ମାନଙ୍କ ଉପରେ ବାହ୍ୟଚାପର ପ୍ରଭାବ ଉଦାହରଣ ସହ ବୁଝାଅ । 

 (i) ଚାପ ପ୍ରୟୋଗ କରି ପଦାର୍ଥର ଅବସ୍ଥା ପରିବର୍ତ୍ତନ କରାଯାଇପାରେ ।

 (ii) ଚାପ ପ୍ରୟୋଗ କରି କଣିକା ଗୁଡ଼ିକୁ ପାଖାପାଖି ଆଣିହୁଏ।

(iii) ଚାପ ପ୍ରୟୋଗ ଦ୍ଵାରା ପେଟ୍ରୋଲିୟମ୍ ଗ୍ୟାସ୍‌କୁ LPGରେ ପରିଣତ କରାଯାଇପାରେ ।

 9.ପଦାର୍ଥର କଣିକା ଗୁଡ଼ିକର ବାହ୍ୟଚାପର ପ୍ରଭାବ ଉଦାହରଣ ସହ ବୁଝାଅ ।

(i) ପଦାର୍ଥର କଣିକାମାନଙ୍କ ମଧ୍ୟରେ ଫାଙ୍କାସ୍ଥାନ ଥାଏ। 

(ii) ପଦାର୍ଥର କଣିକାମାନେ ଅନବରତ ଗତି କରିଥାନ୍ତି। 

(iii)  ପଦାର୍ଥର କଣିକା ଗୁଡିକ ପରସ୍ପରକୁ ଆକର୍ଷଣ କରନ୍ତି।

10. ପଦାର୍ଥର ପ୍ଲାଜମା ଅବସ୍ଥା ସଂପର୍କରେ ବର୍ଣ୍ଣନା କର।

(i) ପଦାର୍ଥର ଏହି ଅବସ୍ଥାରେ କଣିକାଗୁଡିକ ଅତି ଶକ୍ତିଶାଳୀ ଓ ଅତି ଉତ୍ତେଜିତ ଅବସ୍ଥାରେ ଥାଆନ୍ତି । 

 (ii) ସଧାରଣତଃ ପ୍ଲାଜମା କଣିକା ଗୁଡିକରେ ବିଦ୍ୟୁତ ପ୍ରବାହ କଲେ ଏହା ଶିଖାହୀନ ଆଲୋକ ଦୀପ୍ତି ଦେଇଥାଏ । 

 (iii) ସୂର୍ଯ୍ୟ ଓ ତାରା ମାନଙ୍କରେ ଉଚ୍ଚତାପମାତ୍ରା ପାଇଁ ସେଥିରେ ପ୍ଲାଜମା କଣିକା ଦେଖାଯାଏ । 

11. ପଦାର୍ଥ କାହାକୁ କୁହାଯାଏ ? ଏହାର ଦୁଇଟି ଭୌତିକ ପ୍ରକୃତି ଲେଖ ।

 (i) ବିଶ୍ବରେ ଥିବା ସମସ୍ତ ବସ୍ତୁ ଯେଉଁ ଦ୍ରବ୍ୟକୁ ନେଇ ଗଢ଼ା ତାହାକୁ  ପଦାର୍ଥ କୁହାଯାଏ ।

 (ii) ପଦାର୍ଥ କଣିକାକୁ ନେଇ ଗଠିତ ।

 (iii) ପଦାର୍ଥରେ ଥିବା କଣିକା ଗୁଡ଼ିକ ବହୁତ ଛୋଟ ।

 12. ତାପ ପ୍ରୟୋଗ ଦ୍ଵାର। ବିସରଣ ପ୍ରକ୍ରିୟା ଦୃତତର ହୁଏ କାହିଁକି ? 

 (i) ପଦାର୍ଥର କଣିକା ଗୁଡ଼ିକ ଅବିରତ ଗତି କରି ଥାଆନ୍ତି। ତେଣୁ ସେମାନଙ୍କର ଗତିଜ ଶକ୍ତି ଥାଏ ।

 (ii) ତାପମାତ୍ରା ବୃଦ୍ଧି ହେଲେ କଣିକା ଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧି ପାଏ ଓ ଗତି ଦୃତତର ହୋଇଥାଏ ।

 (iii) ଫଳରେ ପଦାର୍ଥ ମଧ୍ୟରେ ଅଧିକ ଫାଙ୍କାସ୍ଥାନ ସୃଷ୍ଟି ହେବା ସହିତ ଗୋଟିଏ ପଦାର୍ଥର କଣିକା ଅନ୍ୟ ପଦାର୍ଥର ଫାଙ୍କା ସ୍ଥାନ ଦେଇ ଗତି କରନ୍ତି । ଫଳରେ ବିସରଣ ହାର ବୃଦ୍ଧି ପାଏ।

 13. ବାଷ୍ପୀଭବନ, ସ୍ଫୁଟନ ଓ ଉର୍ଦ୍ଧପାତନ ମଧ୍ୟରେ ପ୍ରଭେଦ ଦର୍ଶାଅ।

 (i) ବାଷ୍ପୀଭବନ ଏକ ପୃଷ୍ଠଭିତ୍ତିକ ପରିଘଟଣା। ପୃଷ୍ଠତଳରେ ଥିବା ଅଣୁଗୁଡ଼ିକ ଶକ୍ତି ଆହରଣ କରି ଅଣୁ ଅଣୁ ମରେ ଥିବା ଆକର୍ଷଣ ବଳର ପରିମାଣକୁ ଅତିକ୍ରମ କରି ତରଳ ପଦାର୍ଥ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ । 

 (ii) ସ୍ଫୁଟନ ପ୍ରକ୍ରିୟାରେ ତରଳର ସମସ୍ତ ଅଂଶର କଣିକା ସମୁହ ବାଷ୍ପୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ । ଏହା ଏକ ସାମଗ୍ରିକ ପରିଘଟଣା । 

 (iii) ଉର୍ଦ୍ଧପାତନ ପ୍ରକ୍ରିୟାରେ କଠିନ ପଦାର୍ଥ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ।


2 ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

1.ବାଷ୍ପୀଭବନ କାହାକୁ କୁହାଯାଏ ?

ଉ:- (i) ଯେଉଁ ପ୍ରକ୍ରିୟାରେ ସ୍ଫୁଟନାଙ୍କ ଠାରୁ କମ୍ ଥିବା ଯେକୌଣସି ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସରେ ପରିଣତ ହୁଏ, ତାହାକୁ ବାଷ୍ପୀଭବନ କୁହାଯାଏ ।

 (ii) ନଦୀ, ପୋଖରୀ ଜଳ ବାଷ୍ପରେ ପରିଣତ ହେବା ବାଷ୍ପୀଭବନ ଅଟେ । 

2. ସାନ୍ଦ୍ରତା କାହାକୁ କୁହାଯାଏ ?

(i) ଏକକ ଆୟତନ ବିଶିଷ୍ଟ ବସ୍ତୁର ବସ୍ତୁତ୍ଵକୁ ସାନ୍ଦ୍ରତା କୁହାଯାଏ । ଏଣୁ ସାନ୍ଦ୍ରତା = ବସ୍ତୁତ୍ଵ / ଆୟତନ

(ii) ଏହାର ଏକକ ହେଉଛି କି.ଗ୍ରା / ଘନ ମିଟର ବା ଗ୍ରାମ/ଘନ ମିଟର।

 3. ଉର୍ଦ୍ଧ୍ବପାତନ କ’ଣ ?  

(i) ଯେଉଁ ଅବସ୍ଥା ପରିବର୍ତ୍ତନରେ କଠିନ ତରଳ ଅବସ୍ଥାକୁ ନଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ ତାହାକୁ ଉର୍ଦ୍ଧ୍ବପାତନ କୁହାଯାଏ । 

(ii) କଠିନ ଏମୋନିୟମ କ୍ଲୋରାଇଡ଼କୁ ଗରମ କଲେ ସିଧା ବାଷ୍ପରେ ପରିଣତ ହୁଏ ।

 4. ଶୁଷ୍କ ବରଫ କ’ଣ ? 

 (i) ଅତ୍ୟଧିକ ଚାପ ପ୍ରୟୋଗ କରି କାର୍ବନ ଡାଇଅକ୍ସାଇଡ୍‌କୁ କଠିନ ଅବସ୍ଥାକୁ ଅଣାଯାଏ । ଏହି କଠିନ କାର୍ବନ ଡାଇଅକ୍ସାଇଡ୍‌କୁ ଶୁଷ୍କବରଫ କୁହାଯାଏ । 

(ii) ମାତ୍ର ଏହି ଚାପକୁ ଏକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ କଠିନ କାର୍ବନ ଡାଇଅକ୍ସାଇଡ଼ ତରଳ ଅବସ୍ଥାକୁ ନଯାଇ ସିଧା ସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଯାଏ। 

5. ସ୍ଫୁଟନାଙ୍କ କାହାକୁ କହନ୍ତି ? 

 (i) ଯେଉଁ ତାପମାତ୍ରାରେ ଏକ ତରଳ ବାୟୁମଣ୍ଡଳୀୟ ଚାପରେ ଫୁଟିବା ଆରମ୍ଭ କରେ ତାହାକୁ ସେହିତରଳର ସ୍ଫୁଟନାଙ୍କ କୁହାଯାଏ ।

 (ii) ଜଳର ସ୍ଫୁଟନାଙ୍କ ତାପମାତ୍ରା ହେଉଛି 100°C ।

6.  ଗଳନାଙ୍କ କ’ଣ ?

 (i) ଯେଉଁ ତାପମାତ୍ରାରେ ଏକ କଠିନ ବାୟୁମଣ୍ଡଳୀୟ ଚାପରେ ତରଳି ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ କୁହାଯାଏ ।

 (ii) ବରଫର ଗଳନାଙ୍କ 0°C ।

 7. ବିସରଣ କ'ଣ ? ଏହି ପ୍ରକ୍ରିୟାକୁ କିପରି ଦ୍ରୁତତର କରିହେବ ?

 (i) ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର କଣିକାଗୁଡ଼ିକର ଅନ୍ତଃମିଶ୍ରଣକୁ ବିସରଣ କୁହାଯାଏ । 

(ii) ତାପ ପ୍ରୟୋଗ ଦ୍ଵାରା ଏହି ପ୍ରକ୍ରିୟାକୁ ଦ୍ରୁତତର କରିହେବ । 

8. ତାପମାତ୍ରା ବୃଦ୍ଧି ହେଲେ କାହିଁକି ବାଷ୍ପୀଭବନର ବେଗ ବୃଦ୍ଧିପାଏ ?

 (i) ତାପମାତ୍ରା ବୃଦ୍ଧିହେଲେ ଅଣୁମାନେ ତାପଶକ୍ତି ଗ୍ରହଣ କରନ୍ତି।

 (ii) ତେଣୁ ସେମାନଙ୍କର ଗତିଜଶକ୍ତିର ବୃଦ୍ଧି ଘଟେ । ଫଳରେ ବାଷ୍ପୀଭବନର ବେଗ ବୃଦ୍ଧିପାଏ । 

9.ତରଳ ଓ ଗ୍ୟାସ୍‌କୁ କାହିଁକି ପ୍ରବହ କୁହାଯାଏ ?

(i) ଉଭୟ ତରଳ ଓ ଗ୍ୟାସ୍‌ର ପ୍ରବାହିତ ହେବାର କ୍ଷମତା ଥାଏ।

(ii) ତରଳ ଉଚ୍ଚରୁ ନିମ୍ନକୁ ପ୍ରବାହିତ ହୋଇଥାଏ। ସେମାନଙ୍କର ଏହି ପ୍ରବାହିତ ହେବାର କ୍ଷମତା ପାଇଁ ସେମାନଙ୍କୁ ପ୍ରବହ କୁହାଯାଏ । 

10. ପଦାର୍ଥର କଣିକା ଗୁଡ଼ିକର ବୈଶିଷ୍ଟ ଲେଖ ? 

 (i) ପଦାର୍ଥର କଣିକା ଗୁଡ଼ିକ କ୍ଷୁଦ୍ର ଓ ସେମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ  ରହିଥାଏ ।

(ii) ଏହି କଣିକା ଗୁଡ଼ିକ ଅନବରତ ଗତି କରିବା ସହିତ ପରସ୍ପରକୁ ଆକର୍ଷଣ କରି ରହିଥାନ୍ତି । 

11. ଗ୍ୟାସ୍‌ଗୁଡ଼ିକୁ ତରଳୀକୃତ କରିବାର ଦୁଇଟି ଉପାୟ ଲେଖ।

(i) ଚାପ ପ୍ରୟୋଗ ଫଳରେ ଗ୍ୟାସକୁ ତରଳୀକୃତ କରିହେବ।

(ii) ତାପମାତ୍ରା ହ୍ରାସ କଲେ ଗ୍ୟାସକୁ ତରଳୀକୃତ କରିହେବ। 

12. କିଏ ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ, ଫୁଟୁଥିବା ଜଳ ନା ବାମ୍ଫ ? 

(i) ସମାନ ତାପମାତ୍ରାରେ ଥିବା ବାମ୍ଫ ଫୁଟୁଥିବା ଜଳ ଅପେକ୍ଷା ଅଧିକ ଶକ୍ତି ବହନ କରିଥାନ୍ତି । ବାଷ୍ଫର କଣିକାମାନେ ବାଷ୍ପୀଭବନ ଗୁପ୍ତତାପ ରୂପରେ ଅଧିକ ଶକ୍ତି ଶୋଷଣ କରିଥାନ୍ତି। 

(ii) ତେଣୁ ଫୁଟୁଥିବା ଜଳ ଶରୀରରେ ଅଧିକ ଦହନ ସୃଷ୍ଟି କରେ ।

 13. ହାତ ପାପୁଲିରେ ଏସିଟୋନ୍ ପଡ଼ିଲେ ଥଣ୍ଡା ଲାଗେ କାହିଁକି ? 

 (i) ଏସିଟୋନ୍ ହାତ ପାପୁଲିରେ ପଡ଼ିଲେ ଏହାର କଣିକା ହାତ ପାପୁଲିରୁ ଶକ୍ତି ଗ୍ରହଣ କରେ ଓ ପରିପାର୍ଶ୍ବରୁ ମଧ୍ୟ କିଛି ଶକ୍ତି ଗ୍ରହଣ କରିଥାଏ ।

 (ii) ଏହା ଯୋଗୁଁ ଏସିଟୋନର ବାଷ୍ପୀଭବନ ହୁଏ । ବାଷ୍ପୀଭବନରୁ ଶୀତଳତା ସୃଷ୍ଟି ହେଉଥିବାରୁ ହାତର ପାପୁଲିକୁ ତାହା ଥଣ୍ଡା ଲାଗେ । 

14. ବରଫ ଓ ଜଳ ଉଭୟ 273k ତାପମାତ୍ରାରେ ଅଛନ୍ତି । କିଏ ଅଧିକ ଥଣ୍ଡା ଜଣାପଡ଼ିବ ? କାହିଁକି ? 

 (i) 273kତାପମାତ୍ରାରେ ରହିଥିବା ଜଳ କଣିକାମାନଙ୍କର ଶକ୍ତି  273kତାପମାତ୍ରାରେ ଥିବା ବରଫ କଣିକାମାନଙ୍କର ଶକ୍ତି ଅପେକ୍ଷା ଅଧିକ ।

 (ii) ବରଫ କଣିକାମାନଙ୍କର ଶକ୍ତି କମ୍ପାଇଁ ଏହା ଅଧିକ ଥଣ୍ଡା ଜଣାପଡ଼ିବ ।

1. ପଞ୍ଚତତ୍ତ୍ଵ କହିଲେ କ'ଣ ବୁଝ ? 

ଉ:- (i) ପ୍ରାଚୀନ ଭାରତୀୟ ଦାର୍ଶନିକମାନଙ୍କ ମତରେ ସମସ୍ତ ବସ୍ତୁ ପାଞ୍ଚଗୋଟି ମୌଳିକକୁ ନେଇ ଗଠିତ । ଏହାକୁ ପଞ୍ଚତତ୍ତ୍ବ କୁହାଯାଏ ।

(ii) ସେଗୁଡ଼ିକ ହେଲା – ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶ । 

(iii) ମହର୍ଷି କଣାଦଙ୍କ ମତରେ ଏହା ବାପା ଓ ମାଆ।
ବା -ବାୟୁ, ପା- ପାଣି, ଓ- ଓଜ(ଅଗ୍ନି) , ମା- ମାଟି, ଆ-ଆକାଶ ।

2. ପଦାର୍ଥର ଦୁଇଟି ଭୌତିକ ପ୍ରକୃତି ଲେଖ ।

 ଉ:- (i) ପ୍ରତ୍ୟେକ ପଦାର୍ଥ କଣିକାକୁ ନେଇ ଗଠିତ ।

(ii) ପଦାର୍ଥର କଣିକାଗୁଡ଼ିକ ଅତି କ୍ଷୁଦ୍ର ।

(b) ସଂକ୍ଷିପ୍ତ ଟିପ୍ପଣୀ ।

 (i) ଦୃଢ଼ତା - କଠିନ ଅବସ୍ଥାରେ ପଦାର୍ଥର ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ ଅଧିକ ହୋଇଥାଏ ଏବଂ ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ବହୁତ କମ୍ ରହିଥାଏ । ତେଣୁ କଠିନ ପଦାର୍ଥର ଖୁବ୍ କମ୍ ସକୋଚନ ହୋଇଥାଏ । ଅର୍ଥାତ୍ କଠିନ ପଦାର୍ଥଗୁଡ଼ିକ ତରଳ ଓ ଗ୍ୟାସୀୟ ପଦାର୍ଥ ତୁଳନାରେ ଅତ୍ୟନ୍ତ ଦୃଢ଼ ହୋଇଥା’ନ୍ତି । ତେଣୁ ଏହାକୁ ସହଜରେ ଭାଙ୍ଗି ହୁଏ ନାହିଁ।ଏହାକୁ ପଦାର୍ଥର ଦୃଢ଼ତା ଗୁଣ କୁହାଯାଏ । 

(ii) ସମ୍ପୀଡନତା – ଚାପ ପ୍ରୟୋଗଦ୍ୱାରା ଗ୍ୟାସୀୟ ପଦାର୍ଥଗୁଡ଼ିକ କଠିନ ଓ ତରଳ ପଦାର୍ଥ ତୁଳନାରେ ସହଜରେ ଅଧିକ ସଙ୍କୁଚିତ ହୋଇଥାନ୍ତି । ଗ୍ୟାସର ଅଧିକ ସମ୍ପୀଡ଼ନ ସମ୍ଭବ ହୋଇପାରୁଥିବା ଯୋଗୁଁ ଅଧିକ ପରିମାଣର ଗ୍ୟାସକୁ ଚାପ ପ୍ରୟୋଗ କରି ସମ୍ପୀଡ଼ନ କରାଯାଇ ଛୋଟ ଛୋଟ ସିଲିଣ୍ଡରରେ ଭର୍ତ୍ତି କରାଯାଇ ପାରୁଛି । ଏହି ପ୍ରକ୍ରିୟାକୁ ସମ୍ପୀଡ଼ନତା କୁହାଯାଏ । 

(iii) ପ୍ରବାହତା – ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ କିନ୍ତୁ ନିର୍ଦ୍ଦିଷ୍ଟ ଆୟତନ ଅଛି । ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ । ତରଳ ପଦାର୍ଥ ସହଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରବାହିତ ହୋଇଥାଏ । ତେଣୁ ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବାହୀ କୁହାଯାଏ ଓ ଏହି ଗୁଣକୁ ପ୍ରବାହତା କୁହାଯାଏ ।

(iv) ଗ୍ୟାସ୍ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ହେବା ପ୍ରକ୍ରିୟା – ଚାପ ପ୍ରୟୋଗଦ୍ବାରା ଗ୍ୟାସୀୟ ପଦାର୍ଥଗୁଡ଼ିକୁ ସହଜରେ ଅଧିକ ସଙ୍କୁଚିତ ବା ସମ୍ପୀଡ଼ନ କରିବା ସମ୍ଭବ ହୋଇଥାଏ । ଏହା ଫଳରେ ପ୍ରାକୃତିକ ଗ୍ୟାସକୁ ଚାପ ପ୍ରୟୋଗଦ୍ଵାରା ସମ୍ପୀଡ଼ନ କରି ଛୋଟ ଛୋଟ ସିଲିଣ୍ଡରରେ ବା ଗ୍ୟାସ୍ ଟାଙ୍କିରେ ଭର୍ତ୍ତି କରାଯାଇ ପାରୁଛି । ଏହାକୁ ସମ୍ପୀଡ଼ନ ପ୍ରାକୃତିକ ଗ୍ୟାସ୍ (CNG) କୁହାଯାଏ । ଏହି ପ୍ରକ୍ରିୟାକୁ ସମ୍ପୀଡ଼ନ କୁହାଯାଏ । ଗତିଜ ଶକ୍ତି – ପ୍ରତ୍ୟେକ ପଦାର୍ଥର କଣିକାଗୁଡ଼ିକ ଅନବରତ ଗତି କରିଥା’ନ୍ତି । ତେଣୁ କଣିକାମାନଙ୍କର ଗତିଜ ଶକ୍ତି ରହିଥାଏ। ପଦାର୍ଥର ତାପମାତ୍ରା ବୃଦ୍ଧି ପାଇଲେ କଣିକାଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧି ପାଇଥାଏ । ଏହାଫଳରେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ତେଣୁ କଣିକାମାନଙ୍କର ଗତିଜ ଶକ୍ତି କଠିନରେ ସର୍ବନିମ୍ନ, ତରଳରେ ମଧ୍ୟମ ଧରଣର ଓ ଗ୍ୟାସରେ ସର୍ବାଧିକ ଅଟେ । ବସ୍ତୁର ଗତି ଜନିତ ଶକ୍ତିକୁ ଗତିଜ ଶକ୍ତି କୁହାଯାଏ।

ଗତିଜ ଶକ୍ତି – ପ୍ରତ୍ୟେକ ପଦାର୍ଥର କଣିକାଗୁଡ଼ିକ ଅନବରତ ଗତି କରିଥାନ୍ତି । ତେଣୁ କଣିକାମାନଙ୍କର ଗତିଜ ଶକ୍ତି ରହିଥାଏ । ପଦାର୍ଥର ତାପମାତ୍ରା ବୃଦ୍ଧି ପାଇଲେ କଣିକାଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧି ପାଇଥାଏ ।  ଏହାଫଳରେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ତେଣୁ କଣିକାମାନଙ୍କର ଗତିଜ ଶକ୍ତି କଠିନରେ ସର୍ବନିମ୍ନ ତରଳରେ ମଧ୍ୟମ ଧରଣର ଓ ଗ୍ୟାସରେ ସର୍ବାଧକ ଅଟେ ।

3.କାରଣ ଦର୍ଶାଅ । 

(a) ଗ୍ୟାସକୁ ଏକ ଆଧାର ପାତ୍ରରେ ରଖିଲେ, ତାହା ସେହି ପାତ୍ରରେ ବ୍ୟାପିଯାଇ ପାତ୍ର ମଧ୍ୟସ୍ଥିତ ସ୍ଥାନକୁ ସମ୍ପୂର୍ଣ୍ଣ ଭାବରେ ଅଧିକାର କରି ରହେ ।

 ଉ - (i) ଗ୍ୟାସୀୟ ପଦାର୍ଥର ବିସରଣ ହାର କଠିନ ଓ ତରଳ ପଦାର୍ଥ ତୁଳନାରେ ଯଥେଷ୍ଟ ଅଧିକ ହୋଇଥାଏ ।

 (ii) ଗ୍ୟାସର ଅଣୁମାନଙ୍କ ଦ୍ରୁତବେଗ ଓ ଅଣୁମାନଙ୍କ ମଧ୍ୟରେ ଥିବା ଅଧିକ ଫାଙ୍କା ସ୍ଥାନ ଯୋଗୁ ଏହା ଆଧାର ପାତ୍ର ମଧ୍ୟରେ ଖୁବ୍‌ଶୀଘ୍ର ବ୍ୟାପିଯାଇ ପାତ୍ର ମଧ୍ୟସ୍ଥିତ ସ୍ଥାନକୁ ସଂପୂର୍ଣ୍ଣଭାବରେ ଅଧିକାର କରିନିଏ । 

(b) ଗୋଟିଏ କାଠ ନିର୍ମିତ ଟେବୁଲକୁ କଠିନ ପଦାର୍ଥ ବୋଲି କୁହାଯାଏ । 

ଉ –(i) କାଠ ଟେବୁଲର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ରହିଛି ଏବଂ ଏହା ସର୍ବଦା ନିଜର ଆକାର ବଜାୟ ରଖିଥାଏ ।  

(ii) ବଳ ପ୍ରୟୋଗ କରି ଏହାକୁ ଭଙ୍ଗା ଯାଇପାରେ। ଏହା କଠିନ ପଦାର୍ଥର ଧର୍ମ ବହନ କରିଥାଏ।ତେଣୁ କାଠ ନିର୍ମିତ ଟେବୁଲକୁ କଠିନ ପଦାର୍ଥ କୁହାଯାଏ । 

(c) ଆମେ ସହଜରେ ନିଜ ହାତକୁ ବାୟୁ ମଧ୍ୟରେ ଗତିଶୀଳ କରାଇପାରିବା, କିନ୍ତୁ କାଠପଟା ମଧ୍ୟରେ ଏହି ପ୍ରକାର କରିପାରିବା ନାହିଁ ।

 ଉ- (i) ବାୟୁ ଏକ ଗ୍ୟାସୀୟ ପଦାର୍ଥ।ବାୟୁରେ ଥିବା କଣିକା ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ରହିଥାଏ। ତେଣୁ ଏହା ମଧ୍ୟରେ ହାତକୁ ଗତିଶୀଳ କରାଇବା ସହଜ ହୋଇଥାଏ ।

 (ii) କିନ୍ତୁ କାଠପଟା ଏକ କଠିନ ପଦାର୍ଥ ହୋଇଥିବାରୁ ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ଅତି କମ୍ ଥାଏ । ତେଣୁ ଏହା ମଧ୍ୟରେ ହାତକୁ ଗତିଶୀଳ କରିବା ସମ୍ଭବ ହୋଇନଥାଏ । 

 (d) କଠିନ ତୁଳନାରେ ତରଳ ଅପେକ୍ଷାକୃତ କମ୍ ସାନ୍ଦ୍ରତା ବିଶିଷ୍ଟ ହୋଇଥାଏ, ମାତ୍ର ବରଫ ଜଳରେ ଭାସେ କାହିଁକି ?

ଉ – (i) କଠିନ ତୁଳନାରେ ତରଳ ଅପେକ୍ଷାକୃତ କମ୍ ସାନ୍ଦ୍ରତା ବିଶିଷ୍ଟ ହୋଇଥାଏ । କିନ୍ତୁ ବରଫ ଏକ କଠିନ ପଦାର୍ଥ ହୋଇଥିଲେ ମଧ୍ୟ ଏହାର ସାନ୍ଦ୍ରତା ଜଳ ଠାରୁ କମ୍ ଅଟେ ।

 (ii)ଜଳ , ବରଫକୁ ରୂପାନ୍ତରିତ ହେଲା ବେଳେ ଏହାର ଆୟତନ ବୃଦ୍ଧି ପାଇଥାଏ।ସମାନ ବସ୍ତୁତ୍ଵ ବିଶିଷ୍ଟ ଜଳ ଓ ବରଫ ମଧ୍ୟରୁ ବରଫର ଆୟତନ ଅଧିକ ଅଟେ ।

1.  ତାପ ପ୍ରୟୋଗ ଦ୍ଵାରା କଠିନ ପଦାର୍ଥ କାହିଁକି ପ୍ରସାରିତ ହୁଏ ? 

ଉ:-(i) କଠିନ ପଦାର୍ଥକୁ ଉତ୍ତପ୍ତ କଲେ, ଅଣୁଗୁଡିକର ଅଧିକ ଆୟାମରେ କମ୍ପିତ ହୁଅନ୍ତି।

 (ii) ତେଣୁ ପ୍ରତ୍ୟେକ ଅଣୁ ଅଧିକ ସ୍ଥାନ ଦଖଲ କରିବାଦ୍ୱାରା କଠିନ ପଦାର୍ଥ ପ୍ରସାରିତ ହୁଏ । 

2. ତରଳ ପଦାର୍ଥ, କଠିନ ପଦାର୍ଥ ପରି ଦୃଢ଼ ନୁହେଁ କାହିଁକି? 

ଉ:-(i) ତରଳ ପଦାର୍ଥର ନିର୍ଦ୍ଧିଷ୍ଟ ଆକାର ନାହିଁ କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି । ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ ।

 (ii) ତରଳ ପ୍ରବାହିତ ହେଇଥାଏ ଓ ଆକାର ମଧ୍ୟ ବଦଳାଇ ଥାଏ। ତେଣୁ ଏହା କଠିନ ପଦାର୍ଥ ପରି ଦୃଢ଼ ନୁହେଁ।

3. ସଂପୀଡ଼ିତ ଗ୍ୟାସ୍‌ର ବ୍ୟବହାର ଲେଖ ।

 ଉ:-(i) ରୋଷେଇ ପାଇଁ ବ୍ୟବହୃତ ହେଉଥିବା ତରଳୀକୃତ ପେଟ୍ରୋଲିୟମ ଗ୍ୟାସ (LPG) ଏବଂ ଡାକ୍ତରଖାନାରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ୍ ଗ୍ୟାସ୍ ସଂପୀଡ଼ିତ ଗ୍ୟାସ୍ ଅଟେ । 

(ii) କାର , ଅଟୋ ରିକ୍ସା ଆଦି ମାନରେ ଆଜିକାଲି ସଂପୀଡିତ ପ୍ରାକୃତିକ ଗ୍ୟାସ (CNG) କୁ ଇନ୍ଧନ ରୂପେ ବ୍ୟବହାର କରାଯାଉଛି।

4. ଆମେ ଖରାଦିନେ କାହିଁକି ସୂତା ପୋଷାକ ପିନ୍ଧୁ ?

ଉ:-(i) ସୂତା ପୋଷାକ ଜଳର ଏକ ଭଲ ଅବଶୋଷକ।

(ii) ସୂତା ପୋଷାକ ଶରୀରର ଝାଳକୁ ଭଲ ଭାବରେ ଅବଶୋଷଣ କରେ ଯାହା ବାୟୁମଣ୍ଡଳର ସଂସ୍ପର୍ଶରେ ଆସେ ଓ ଶୀଘ୍ର ବାଷ୍ପୀଭୂତ ହୋଇଯାଏ । ତେଣୁ ଆମେ ଖରାଦିନେ ସୂତା ପୋଷାକ ପିନ୍ଧୁ ।

5. ଥଣ୍ଡା ବରଫ-ଜଳ ନିଆଯାଇଥିବା ଗ୍ଲାସର ବାହାର ପୃଷ୍ଠରେ କାହିଁକି ଜଳର ବିନ୍ଦୁକ ଦେଖାଯାଏ ? 

ଉ:-(i) ବାୟୁରେ ଥିବା ଜଳୀୟ ବାଷ୍ପ କଣିକା ମାନେ ଗ୍ଲାସର ଶୀତଳ ପୃଷ୍ଠରେ ସଂସ୍ପର୍ଶରେ ଆସିଲେ ଶକ୍ତି ହରାଇଥାନ୍ତି।

(ii) ଫଳରେ ସେଗୁଡିକ ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତିତ ହୁଅନ୍ତି। ଯାହାକୁ ଆମେ ଗ୍ଲାସର ବାହାର ପୃଷ୍ଠରେ ବିନ୍ଦୁକ ରୂପେ ଦେଖୁ । 

୬. ବର୍ତ୍ତମାନ ବୈଜ୍ଞାନିକମାନେ ପଦାର୍ଥର କେତୋଟି ଅବସ୍ଥା ଅଛିବୋଲି ଜାଣିଲେଣି ? 

 ଉ - (i) ବର୍ତ୍ତମାନ ବୈଜ୍ଞାନିକମାନେ ପଦାର୍ଥର ପାଞ୍ଚଟି ଅବସ୍ଥା ଅଛି ବୋଲି ଜାଣିଲେଣି ।

 (ii) ସେଗୁଡ଼ିକ ହେଲା – କଠିନ, ତରଳ, ଗ୍ୟାସୀୟ, ପ୍ଲାଜମା ଓ ବୋଷ-ଆଇନ୍‌ଷ୍ଟାଇନ ସଂଘନିତ ଅବସ୍ଥା । 

7.ପ୍ଲାଜମା ଅବସ୍ଥାର ଦୁଇଟି ଉଦାହରଣ ଦିଅ।

 ଉ - (i) ସୂର୍ଯ୍ୟପୃଷ୍ଠରେ ଯେଉଁ ଦିପ୍ତୀ ପ୍ରକାଶ ପାଏ, ତାହା ସେଠାରେ ଥିବା ଅସଂଖ୍ୟ ପ୍ଲାଜ୍‌ମା କଣିକାମାନଙ୍କ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଥାଏ ।

 (ii) ତାରାମାନଙ୍କରେ ଅତି ଉଚ୍ଚ ତାପମାତ୍ରା ଯୋଗୁ ମଧ୍ୟ ପ୍ଲାଜମା ଅବସ୍ଥା ସୃଷ୍ଟି ହୋଇଥାଏ ।

8. ରବର ବ୍ୟାଣ୍ଡ ଏକ କଠିନ ପଦାର୍ଥ – କାରଣ ଦର୍ଶାଅ। 

ଉ- (i) ପ୍ରତ୍ୟେକ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ। ଏଗୁଡ଼ିକର ଖୁବ କମ୍ ସଙ୍କୋଚନ ହୋଇଥାଏ ଏବଂ ଏହା ସର୍ବଦା ନିଜର ଆକାର ବଜାୟ ରଖିଥାଏ । 

(ii) ରବର ବ୍ୟାଣ୍ଡରେ ବଳ ପ୍ରୟୋଗ କଲେ ଏହାର ଆକାର ପରିବର୍ତ୍ତନ ହୋଇଥାଏ। କିନ୍ତୁ ବଳ ଅପସାରଣ କଲେ ଏହା ପୁନର୍ବାର ପୂର୍ବାବସ୍ଥାକୁ ଫେରିଆସେ । ଯଦି ଅଧିକ ବଳ ପ୍ରୟୋଗ କରାଯାଏ, ତେବେ ଏହା ଛିଣ୍ଡିଯାଏ । ତେଣୁ ରବର ବ୍ୟାଣ୍ଡ ଏକ କଠିନ ପଦାର୍ଥ ।

9. ଲୁଣ ଓ ଚିନି ପ୍ରତ୍ୟେକ କଠିନ ପଦାର୍ଥ – କାରଣ ଦର୍ଶାଅ। 
 ଉ – (i) ପ୍ରତ୍ୟେକ ଲୁଣ ବା ଚିନି କଣିକାର ଆକାର ନିର୍ଦ୍ଦିଷ୍ଟ ଅଟେ ।

 (ii) ଆମେ ଲୁଣ ବା ଚିନିକୁ ହାତରେ, ପ୍ଲେଟରେ କିମ୍ବା ବିଭିନ୍ନ ଆକୃତିର ଧାରରେ ରଖିଲେ ମଧ୍ୟ ସେମାନଙ୍କର କଣିକାର ଆକାର ଅପରିବର୍ତ୍ତିତ ରହିଥାଏ । ତେଣୁ ଲୁଣ ବା ଚିନି କଠିନ ପଦାର୍ଥ ଅଟେ । 

 10. ସ୍ପଞ୍ଜ ଯଦିଓ କଠିନ ପଦାର୍ଥ ତଥାପି ଆମେ ଏହାକୁ ସହଜରେ ଚିପି ସଙ୍କୁଚିତ କରିପାରୁ କାହିଁକି ? 

(i) ସ୍ପଞ୍ଜରେ ଅନେକ କ୍ଷୁଦ୍ର ଛିଦ୍ର ରହିଛି, ଯାହା ମଧ୍ୟରେ ବାୟୁ ଭର୍ତ୍ତି ହୋଇ ରହିଥାଏ।

(ii) ଯେତେବେଳେ ଆମେ ସ୍ପଞ୍ଜକୁ ଚାପୁ ସେତେବେଳେ ତାହାର ଛିଦ୍ର ମଧ୍ୟରେ ଥିବା ବାୟୁ ବାହାରି ଆସେ। ତେଣୁ ଏହାକୁ ସହଜରେ ସଙ୍କୁଚିତ କରିବା ସମ୍ଭବପର ହୋଇଥାଏ ।

11.ପଦାର୍ଥର ବିଭିନ୍ନ ଅବସ୍ଥାର ବୈଶିଷ୍ଟ୍ୟଗୁଡ଼ିକୁ ସାରଣୀ କରି ସୂଚିତ କର ।

ଉ:- କଠିନ  (Solid State) 

(i) ଏହାର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ ।

 (ii) କଠିନ ଅବସ୍ଥାରେ ଅଣୁ - ଅଣୁ ମଧ୍ୟରେ ଆକର୍ଷଣ ବଳ ସର୍ବାଧକ ।

 (iii) ଏହାର କଣିକାମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନ ଓ ସେହି କଣିକାମାନଙ୍କର ଗତିଜ ଶକ୍ତି ସର୍ବନିମ୍ନ ।

(iv) କଠିନ ପଦାର୍ଥର ଅଣୁଗୁଡ଼ିକ ନିର୍ଦ୍ଦିଷ୍ଟ କ୍ରମରେ ସଜ୍ଜିତ ହୋଇ ରହିଥାଏ ।

(v) ବିସରଣ ପ୍ରକ୍ରିୟାର ହାର କଠିନ ପଦାର୍ଥର ଖୁବ୍ କମ୍ ଅଟେ।

ତରଳ ଅବସ୍ଥା (Liquid State)

(i) ଏହାର ନିର୍ଦ୍ଦିଷ୍ଟ ଆକାର ନାହିଁ କିନ୍ତୁ ନିର୍ଦ୍ଦିଷ୍ଟ ଆୟତନ ଅଛି। 

(ii)ତରଳ ଅବସ୍ଥାରେ ଅଣୁ - ଅଣୁ ମଧ୍ୟରେ ଆକର୍ଷଣ ବଳ  ମଧ୍ୟମ ଧରଣର । 

(iii) ଏହାର କଣିକାମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନ ଓ ସେହି କଣିକାମାନଙ୍କର ଗତିଜ ଶକ୍ତି ମଧ୍ୟମ ଧରଣର । 

(iv) ତରଳ ପଦାର୍ଥର ଅଣୁଗୁଡ଼ିକ ସ୍ତର ସ୍ତର ହୋଇ ରହିଥାନ୍ତି ଓ ଅଣୁ କଣିକାର ସ୍ତରଗୁଡ଼ିକ ପରସ୍ପର ସହିତ ଘଷି ହୋଇ ପରସ୍ପର ଉପରେ ଖସିପାରନ୍ତି ।

 (v) ବିସରଣ ପ୍ରକ୍ରିୟାର ହାର ତରଳ ପଦାର୍ଥର ମଧ୍ୟମ ଧରଣର।

ଗ୍ୟାସୀୟ ଅବସ୍ଥା (Gaseous State) 

(i)ଏହାର ନିର୍ଦ୍ଦିଷ୍ଟ ଆକାର ନାହିଁ ଓ ନିର୍ଦ୍ଦିଷ୍ଟ ଆୟତନ ମଧ୍ୟ ନାହିଁ ।

(ii) ଗ୍ୟାସୀୟ ଅବସ୍ଥାରେ ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ ସର୍ବନିମ୍ନ । 

(iii) ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ଓ ସେହି  କଣିକାମାନଙ୍କର ଗତିଜ ଶକ୍ତି ସର୍ବାଧକ ।

(iv)ଗ୍ୟାସୀୟ ପଦାର୍ଥର ଅଣୁଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କ୍ରମରେ ନରହି ଏଣେ ତେଣେ ଅନିୟମିତ ଭାବରେ ଗତି କରିଥାନ୍ତି ।

(v) ବିସରଣ ପ୍ରକ୍ରିୟାର ହାର ଗ୍ୟାସୀୟ ପଦାର୍ଥର ସର୍ବାଧକ।

12.ପ୍ରତ୍ୟେକ ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ତାପମାତ୍ରା କାହିଁକି ସ୍ଥିର ରହିଥାଏ । 

 ଉ - (i) ତାପ ପ୍ରୟୋଗଦ୍ଵାରା କୌଣସି ପଦାର୍ଥ କଠିନରୁ ତରଳ ବା ତରଳରୁ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହେଲାବେଳେ, ତାପମାତ୍ରା ସ୍ଥିର ରହିଥାଏ, କାରଣ – ଏହି ସମୟରେ ପ୍ରୟୋଗ ତାପଶକ୍ତି କଣିକା - କଣିକାମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନକୁ ଟପି କେବଳ ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ ହୋଇଥାଏ । 

(ii)ଅବସ୍ଥାର ପରିବର୍ତ୍ତନ ଚାଲିଥିଲା ସମୟରେ ଆମେ ଯୋଗାଉଥିବା ତାପଶକ୍ତି ପଦାର୍ଥ ଦ୍ଵାରା ଶୋଷିତ ହୋଇ କଠିନ ପଦାର୍ଥକୁ ତରଳାଇବାରେ କିମ୍ବା ତରଳପଦାର୍ଥକୁ ଗ୍ୟାସରେ ପରିଣତ କରିବାରେ ସାହାଯ୍ୟ କରିଥାଏ ।

(iii) ତେଣୁ ଅବସ୍ଥା ପରିବର୍ତ୍ତନରେ ଆବଶ୍ୟକୀୟ ତାପକୁ ‘ଗୁପ୍ତତାପ’ କୁହାଯାଏ । ଏହି ‘ଗୁପ୍ତତାପ’ ପଦାର୍ଥର ତାପମାତ୍ରାରେ କୌଣସି ବୃଦ୍ଧି କରାଏ ନାହିଁ । ଏହା ଫଳରେ ଅବସ୍ଥା ପରିବର୍ତ୍ତନ ବେଳେ ତାପମାତ୍ରା ସ୍ଥିର ରହିଥାଏ ।

13. ବାୟୁମଣ୍ଡଳୀୟ ଗ୍ୟାସ୍‌ଗୁଡ଼ିକରେ ତରଳୀକରଣ ପାଇଁ ଏକ ପ୍ରଣାଳୀ ସମ୍ପର୍କରେ ପ୍ରସ୍ତାବ ଦିଅ ।

 (i) ବାୟୁମଣ୍ଡଳରେ ଥିବା ଗ୍ୟାସ୍‌ଗୁଡ଼ିକ ହେଉଛି ନାଇଟ୍ରୋଜେନ , ଅକ୍ସିଜେନ , ହାଇଡ୍ରୋଜେନ , ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିରଳ ଗ୍ୟାସ୍ (ହିଲିୟମ୍, ନିୟନ, ଆରଗନ୍ ଇତ୍ୟାଦି ରେଡ଼ନ ବ୍ୟତୀତ) ।

 (ii) ଅତ୍ୟଧିକ ଚାପ ପ୍ରୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁ ଏହି ବାୟୁମଣ୍ଡଳୀୟ ଗ୍ୟାସ ଗୁଡିକ ତରଳୀକୃତ ହୋଇଥାନ୍ତି । 

 (iii) ପୁନଶ୍ଚ ଏହି ଚାପକୁ ଏକକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ ଏବଂ ତାପମାତ୍ରା ବୃଦ୍ଧି କରାଇଲେ ଏହି ତରଳୀକୃତ ଉପାଦାନ ପୁନଶ୍ଚ ଗ୍ୟାସୀୟ ପଦାର୍ଥରେ ପରିଣତ ହେବ ।

14.ଏକ କୁଲର୍ (cooler) କାହିଁକି ଶୁଷ୍କ ଗରମ ଦିନରେ ପରିପାର୍ଶ୍ୱକୁ ଅଧିକ ଭଲଭାବରେ ଥଣ୍ଡା କରିଥାଏ ?

ଉ:- (i) ପବନର ବେଗ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ। କୁଲର ମଧ୍ୟରେ ଥିବା ପଙ୍ଖା (fan)ରୁ  ନିର୍ଗତ ପବନ ଜଳର ବାଷ୍ପୀଭବନ ପ୍ରକ୍ରିୟା ବୃଦ୍ଧି କରିଥାଏ ।

(ii)ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ ଏଥିରୁ ନିର୍ଗତ ଥଣ୍ଡା ପବନ ପରିପାର୍ଶ୍ବକୁ ଅଧିକ ଥଣ୍ଡା ରଖିଥାଏ।

(iii) ପୁନଶ୍ଚ ତରଳ ପଦାର୍ଥର ଅଣୁମାନେ ପରିପାର୍ଶ୍ବରୁ ଶକ୍ତି ଅବଶୋଷଣ କରି ବାଷ୍ପୀଭବନ ବେଳେ ହରାଇଥିବା ଶକ୍ତିକୁ ପୁନଃଭରଣ କରିଥା'ନ୍ତି । ପରିପାର୍ଶ୍ବ ବା ଚାରିପାଖରୁ ଶକ୍ତି ଅବଶୋଷିତ ହେଉଥିବାରୁ ଏହା ପରିପାର୍ଶ୍ବକୁ ଥଣ୍ଡା ରଖିଥାଏ

15.ମାଟି ପାତ୍ରରେ ରଖାଯାଇଥିବା ଜଳ କାହିଁକି ଖରାଦିନେ ଥଣ୍ଡା ରହେ ? 

(a) ମାଟିପାତ୍ରରେ ଅଧିକ ଛିଦ୍ର ରହିଥାଏ। ଏହି ଛିଦ୍ର ମଧ୍ୟ ଦେଇ ମାଟି ପାତ୍ରରେ ଥିବା ଜଳର ବୀଷ୍ପୀଭବନ ଘଟିଥାଏ।

b)ଖରାଦିନେ ମାଟିପାତ୍ର ବାହାରେ ଥିବା ବାୟୁମଣ୍ଡଳର ତାପମାତ୍ରା ଅଧିକ ଥିବାରୁ, ଜଳର ବୀଷ୍ପୀଭବନ ବେଗ ବୃଦ୍ଧି ପାଇଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ, ମାଟି ପାତ୍ରର ଜଳ ଥଣ୍ଡା ରହିଥାଏ । 

16. ହାତ ପାପୁଲିରେ କିଛି ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧି (perfume) ରଖିଲେ କାହିଁକି ଆମେ ଥଣ୍ଡା ଅନୁଭବ କରୁ ? 

ଉ - (a) ହାତ ପାପୁଲିରେ କିଛି ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧି ରଖିଲେ ଏହାର ଅଣୁ ହାତ ପାପୁଲିରୁ ଶକ୍ତି ଗ୍ରହଣ କରେ ଓ ପରିପାର୍ଶ୍ବରୁ ମଧ୍ୟ କିଛି ଶକ୍ତି ଗ୍ରହଣ କରିଥାଏ । 

(b) ଏଥିଯୋଗୁ ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧିର ବାଷ୍ପୀଭବନ ହୁଏ, ଯାହାଫଳରେ ଆମ ହାତପାପୁଲିକୁ ଥଣ୍ଡା ଲାଗିଥାଏ । 

17. ଆମେ କାହିଁକି ଗରମ ଚା ବା ଗରମ କ୍ଷୀରକୁ କପରୁ ପ୍ଲେଟରେ ଢାଳି ପିଇବାକୁ ଚେଷ୍ଟା କରୁ ?

 ଉ-(a) ଏହା ବାଷ୍ପୀଭବନର ପୃଷ୍ଠଭାଗରେ ସମ୍ପନ୍ନ ହେଉଥିବା ଏକ ପ୍ରକ୍ରିୟା ଅଟେ। ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ ।

 (b) ଗରମ ଚା ବା ଗରମ କ୍ଷୀରକୁ କପରୁ ପ୍ଲେଟରେ ଢାଳିବା ଦ୍ଵାରା ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇବା ହେତୁ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ ।

 (c) ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ ଗରମ ଚା ବା ଗରମ କ୍ଷୀର ଶୀଘ୍ର ଶୀତଳ ହୋଇଯାଏ । 

18.ଖରାଦିନେ ଆମେ କେଉଁ ପ୍ରକାରର ପୋଷାକ ପିନ୍ଧିବା ଉଚିତ?

ଉ – ଖରାଦିନେ ଆମେ ସୂତା ପୋଷାକ ପିନ୍ଧିବା ଉଚିତ ।

କାରଣ ଦର୍ଶାଅ । 

19. ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ ।
 
ଉ – (i) ବାୟୁମଣ୍ଡଳୀୟ ତାପମାତ୍ରାରେ ଗନ୍ଧକର୍ପୂର ପରି କଠିନ ପଦାର୍ଥ ସିଧାସଳଖ ଗ୍ୟାସୀୟ ପଦାର୍ଥରେ ପରିଣତ ହୁଏ।

(ii) ସେଥିପାଇଁ ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ ।

20. ଆମେ ଅତର ଶିଶିଠାରୁ ଅନେକ ଦୂରତାରେ ଥାଇ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ ।  

ଉ:- (i) ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧିକ । ଗ୍ୟାସର‌ ଅଣୁମାନଙ୍କ ଦ୍ରୁତ ବେଗ ଓ ଅଣୁମାନଙ୍କ ମଧ୍ୟରେ ଥିବା ଅଧିକ ଫାଙ୍କାସ୍ଥାନ ଯୋଗୁଁ ଗ୍ୟାସର ବିସରଣ ଅନ୍ୟ ଗ୍ୟାସମାନଙ୍କ ମଧ୍ୟରେ ଶୀଘ୍ର ହୋଇଥାଏ । 

(ii) ସେଥିପାଇଁ  ଅତରର ବାସ୍ନା ଅନେକ ଦୂରତାରେ ଥାଇ ମଧ୍ୟ  ଅନୁଭବ କରିପାରୁ ।  

21.ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ।

(i)ଜଳର ସ୍ଫୁଟନାଙ୍କ 100°c ଏବଂ ଘନାଙ୍କ 0°c।

(ii) ସାଧାରଣ ତାପମାତ୍ରା ଜଳର ସ୍କୁଟନାଙ୍କଠାରୁ କମ୍ ଓ ଘନାଙ୍କ ଠାରୁ ଅଧିକ ।

(iii) ତେଣୁ ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ । 

22.ଏକ ଲୁହା ଆଲମାରୀ ସାଧାରଣ ତାପମାତ୍ରାରେ କଠିନ ଅଟେ ।

ଉ:-ନିମ୍ନୋକ୍ତ କାରଣ ଯୋଗୁ ଲୁହା ଆଲମାରୀ ସାଧାରଣ ତାପମାତ୍ରାରେ କଠିନ ଅଟେ ।

 (i) ଲୁହାର ଗଳନାଙ୍କ ଓ ସ୍ଫୁଟନାଙ୍କ ସାଧାରଣ ତାପମାତ୍ରାଠାରୁ ଯଥେଷ୍ଟ ଅଧିକ । 

(ii) ତେଣୁ ସାଧାରଣ ତାପମାତ୍ରାରେ ଲୁହା କଠିନ ଅବସ୍ଥାରେ ଥାଏ ।

23.ପଦାର୍ଥର କଣିକାଗୁଡ଼ିକର ବୈଶିଷ୍ଟ୍ୟ (Characteristics) ଗୁଡ଼ିକ ଲେଖ ।

ଉ – ପଦାର୍ଥର କଣିକାଗୁଡ଼ିକର ବୈଶିଷ୍ଟ୍ୟଗୁଡ଼ିକ ହେଲା –

(i) ପଦାର୍ଥର କଣିକାଗୁଡ଼ିକ ଅତି କ୍ଷୁଦ୍ର। ଏହାର ଆକାର ଆମର କଳ୍ପନା ବହିର୍ଭୁତ।
 (ii)  ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଅନେକ ଫାଙ୍କା ସ୍ଥାନ ରହିଥାଏ।

(iii)  ପଦାର୍ଥର କଣିକାଗୁଡ଼ିକ ଅନବରତ ଗତି କରିଥାନ୍ତି । ଅର୍ଥାତ୍ କଣିକାଗୁଡ଼ିକର ଗତିଜ ଶକ୍ତି ରହିଥାଏ । ତାପମାତ୍ରା ବୃଦ୍ଧି ହେଲେ କଣିକାଗୁଡ଼ିକର ଗତିଜ ଶକ୍ତି ବୃଦ୍ଧିପାଇଥାଏ ।

 (iv) ପଦାର୍ଥର କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରିଥାନ୍ତି । ଅର୍ଥାତ୍ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଏକ ଆକର୍ଷଣ ବଳ କାର୍ଯ୍ୟ କରିଥାଏ । ଏହି ଆକର୍ଷଣ ବଳ କଣିକାଗୁଡ଼ିକୁ ଏକାଠି କରି ରଖିବାରେ ସାହାଯ୍ୟ କରିଥାଏ । 
24.ସିଝା ହୋଇଥିବା ଗରମ ଖାଦ୍ୟର ବାସ୍ନା ଦୂରରେ ଥାଇ ତୁମେ ଜାଣିପାରୁଥିବାବେଳେ ଥଣ୍ଡା ଖାଦ୍ୟର ବାସ୍ନା ଜାଣିବାପାଇଁ ତୁମକୁ ଖାଦ୍ୟର ନିକଟକୁ କାହିଁକି ଯିବାକୁ ପଡ଼ିଥାଏ ? 

 ଉ – କାରଣ : 

(i)ସିଝା ହୋଇଥିବା ଗରମ ଖାଦ୍ୟରୁ ନିର୍ଗତ ଗ୍ୟାସୀୟ କଣିକା ଗୁଡ଼ିକର ଗତି ଦ୍ରୁତତର ହୋଇ ଥିବାରୁ ଏହା ଖାଦ୍ୟର ବିଭିନ୍ନ ଦିଗକୁ ସଂପ୍ରସାରିତ ହୋଇଥାଏ । ତେଣୁ ଗରମ ଖାଦ୍ୟର ବାସ୍ନା ଦୂରରେ ଥାଇ ମଧ୍ୟ ଆମେ ଜାଣିପାରୁ । 

(ii) କିନ୍ତୁ ଥଣ୍ଡା ଖାଦ୍ୟରୁ ନିର୍ଗତ କଣିକାମାନେ କମ୍ ଗତିଜ ଶକ୍ତିର ଅଧିକାରୀ ହୋଇଥିବାରୁ ଏହା ଅଧୁକ ଦୂର ଗତି କରିପାରନ୍ତି ନାହିଁ । ତେଣୁ ଥଣ୍ଡା ଖାଦ୍ୟର ବାସ୍ନା ଜାଣିବାପାଇଁ ଖାଦ୍ୟ ନିକଟକୁ ଯିବାକୁ ପଡ଼ିଥାଏ ।

25.ଚାପ ବୃଦ୍ଧି କିମ୍ବା ହ୍ରାସ ଦ୍ଵାରା ପଦାର୍ଥର ଅବସ୍ଥାରେ କି ପ୍ରକାର ପରିବର୍ତ୍ତନ ହୁଏ, ଉଦାହରଣ ସହ ବୁଝାଅ । 

ଉ:-(i) ପଦାର୍ଥର ଅଣୁମାନଙ୍କ ମଧ୍ୟରେ ଥିବା ଦୂରତା ପରିବର୍ତ୍ତନ ହେଲେ ଏହାର ଅବସ୍ଥାରେ ପରିବର୍ତ୍ତନ ହୋଇଥାଏ । 

(ii) ରୋଷେଇ ପାଇଁ ବ୍ୟବହୃତ ହେଉଥିବା ପେଟ୍ରୋଲିୟମ୍ ଗ୍ୟାସକୁ ସିଲିଣ୍ଡର ମଧ୍ୟରେ ରଖି ଏହା ଉପରେ ଚାପ ପ୍ରୟୋଗ କଲେ ଏହା ସହଜରେ ସଙ୍କୁଚିତ ହୋଇ ତରଳରେ ପରିଣତ ହୋଇଥାଏ । ଏହାକୁ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ (L.P.G) କୁହାଯାଏ ।

(iii) ସେହିପରି କାର୍ବନ ଡାଇଅକ୍ସାଇଡ ଗ୍ୟାସକୁ ଅତ୍ୟଧିକ ଚାପ ପ୍ରୟୋଗ କରି କଠିନ କାର୍ବନ ଡ଼ାଇଅକ୍ସାଇଡ୍‌ରେ ପରିଣତ କରାଯାଇଥାଏ । ଏହାକୁ ଶୁଷ୍କ ବରଫ କୁହାଯାଏ । ପୁନଶ୍ଚ ଏହି ଚାପକୁ ଏକକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ, କଠିନ କାର୍ବନ ଡ଼ାଇଅକ୍ସାଇଡ୍ ତରଳ ଅବସ୍ଥାକୁ ନଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ ।

26.ପଦାର୍ଥର ଅବସ୍ଥାଗୁଡ଼ିକର ନାମ ଲେଖି ପ୍ରତ୍ୟେକର ଉଦାହରଣ ଦିଅ । 

 ଉ – ପଦାର୍ଥଗୁଡ଼ିକ ମୁଖ୍ୟତଃ ତିନୋଟି ଅବସ୍ଥାରେ ରହିଥାନ୍ତି; ଯଥା – କଠିନ, ତରଳ ଓ ଗ୍ୟାସୀୟ । 

(i)କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ।ଲୁହା, ପଥର, ଇଟା, ବରଫ ଆଦି କଠିନ ପଦାର୍ଥ ଅଟନ୍ତି। 

(ii) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଅକାର ନଥାଏ କିନ୍ତୁ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହା ଯେଉଁ ପାତ୍ରରେ ରହେ ସେହି ପାତ୍ରର ଆକାର ଧାରଣ କରେ । ଜଳ, ତେଲ, କ୍ଷୀର, ପେଟ୍ରୋଲ, ଡିଜେଲ୍ ଇତ୍ୟାଦି ତରଳ ପଦାର୍ଥ ଅଟନ୍ତି । 

 (iii) ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର କିମ୍ବା ଆୟତନ ନଥାଏ । ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ, ଉଦଜାନ, ବାୟୁ ଆଦି ଗ୍ୟାସୀୟ ପଦାର୍ଥ ଅଟନ୍ତି ।

27.ପଦାର୍ଥ ମଧ୍ୟରେ ଥିବା କଣିକାର ଧର୍ମଗୁଡ଼ିକ ଉଦାହରଣ ସହ ଲେଖ ।

 (i) ପଦାର୍ଥର କଣିକା ମାନଙ୍କ ମଧ୍ୟରେ ଅନେକ ଫାଙ୍କା ସ୍ଥାନ ଅଛି। 

ଉଦାହରଣ - ଚା, କଫି କିମ୍ବା ଲେମ୍ବୁପାଣି ତିଆରି କରୁଥିବା ସମୟରେ ଗୋଟିଏ ଗୋଟିଏ ପ୍ରକାର ପଦାର୍ଥର କଣିକାଗୁଡ଼ିକ ଅନ୍ୟ ପଦାର୍ଥର କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ମଧ୍ୟରେ ରହିଯାଆନ୍ତି । 

 (ii) ପଦାର୍ଥର କଣିକାମାନ ଅନବରତ ଗତି କରିଥାଆନ୍ତି। 

ଉଦାହରଣ - ଗୋଟିଏ ନିଆଁ ଲାଗିନଥିବା ଧୂପକାଠି ନେଇ ଶ୍ରେଣୀ ଗୃହର ଗୋଟିଏ କୋଣରେ ରଖାଯାଉ । ଧୂପକାଠିରେ ନିଆଁ ଇଗାଇଲେ ଧୂପବତୀର ବାସ୍ନା ଶ୍ରେଣୀଗୃହରେ ସମସ୍ତେ ଜାଣିପାରିବେ । 

 (iii) ପଦାର୍ଥର କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି।

 ଉଦାହରଣ – ଗୋଟିଏ ପାଣି ଟାପ୍ ଖୋଲି ସେଥିରୁ ନିର୍ଗତ ଜଳଧାରାକୁ ଆଙ୍ଗୁଳି ସାହାଯ୍ୟରେ ଛିନ୍ନକଲେ ଜଣାଯିବ ଯେ, ଜଳଧାର ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହେବ ନାହିଁ । ଜଳର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ରହିଥିବାରୁ ଜଳର ସ୍ରୋତ ଏକାଠି ରହିଥାଏ।

28.କେଉଁ କାରଣରୁ କଠିନ କାର୍ବନ ଡାଇଅକ୍ସାଇଡ୍‌କୁ ଶୁଷ୍କ ବରଫ କୁହାଯାଏ ? 

ଉ – କଠିନ କାର୍ବନ ଡାଇଅକ୍ସାଇଡ୍ (Co2) କୁ ଅତ୍ୟଧିକ ଚାପ ପ୍ରୟୋଗ କରି ଗଚ୍ଛିତ ରଖାଯାଇଥାଏ । ଏହି ଚାପକୁ ଏକକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ କଠିନ କାର୍ବନ ଡାଇଅକ୍ସାଇଡ୍‌ ତରଳ ଅବସ୍ଥାକୁ ନଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ । ତେଣୁ କଠିନ କାର୍ବନ ଡାଇଅକ୍ସାଇଡ୍‌କୁ ଶୁଷ ବରଫ କୁହାଯାଏ ।






Comments

Popular posts from this blog

ଅଣୁ ଓ ପରମାଣୁ

ପୋଷଣ